ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଖରିଫ ଫସଲ ପାଇଁ ଏମ୍ଏସ୍ପି ବୃଦ୍ଧି କଲେ କେନ୍ଦ୍ର ସରକାର । କୁଇଣ୍ଟାଲ ପିଛା ୧୮୬୮ ଟଙ୍କାରୁ ୧୯୪୦ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଥିସହିତ ମୁଗଡ଼ାଲି କୁଇଣ୍ଟାଲ ପିଛା ୭୨୭୫ ଟଙ୍କା, ମକା କୁଇଣ୍ଟାଲ ପିଛା ୧୮୭୦ ଟଙ୍କା, ଗ୍ରେଡ-ଏ ଧାନ ପାଇଁ ୧୯୬୦ ଟଙ୍କା, ବାଜରା କୁଇଣ୍ଟାଲ ପିଛା ୨୨୫୦ ଟଙ୍କା, ମାଣ୍ଡିଆ୩୩୭୭ ଟଙ୍କା, ମକା ୧୮୭୦ ଟଙ୍କା, ମୁଗ୭୨୭୫ଟଙ୍କା, ସୂର୍ଯ୍ୟମୁଖୀ ୬୦୧୫ଟଙ୍କାକୁ ବୃଦ୍ଧି କରାଯାଇଛି ।