ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ : କରୋନା ସଂକ୍ରମଣ ହ୍ରାସ ପାଇବାରୁ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ କୋଭିଡ ପାଇଁ ଲାଗୁ କରାଯାଇଥିବା କର୍ଫ୍ୟୁ ହଟାଇ ଦିଆଯାଇଛି । ପୁରା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଅନଲକ୍ ଘୋଷଣା କରାଯାଇଛି । ମିରଟ, ଗୋରଖପୁର ଏବଂ ଲକ୍ଷ୍ନୌରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ରୁ କମ୍ ହେବା ପରେ ବର୍ତ୍ତମାନ ସମସ୍ତ ଜିଲ୍ଲାରେ କରୋନା କଟକଣା କେହାଳ କରାଯାଇଛି । ସେପଟେ ସମସ୍ତ ଜିଲ୍ଲାରେ ଏବେ ବି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଏବେ କେବଳ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ସମସ୍ତ ଜିଲ୍ଲାରେ କରୋନା କଟକଣା କୋହଳ ହେବାପରେ ସରକାର ନୂଆ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି ।