ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଟିକାକରଣକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଆହ୍ବାନ ଦେଇଥିବା ଗ୍ଲୋବାଲ୍ ଟେଣ୍ଡରକୁ ବାତିଲ କରିଛନ୍ତି ।ଗତକାଲି ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଟିକା ଦିଆଯିବା ନେଇ ଘୋଷଣା କରାଯ଼ିବା ପରେ ଏହି ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟରେ ଟିକା ଅଭାବକୁ ଦୂର କରିବାକୁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କିଣିବାକୁ ନିଷ୍ପତ୍ତି ନେଇଥିଲେ । ଏହାପୂର୍ବରୁ ଜୁନ୍ 4 ତାରିଖ ପର୍ଯ୍ୟନ୍ତ ଗ୍ଲୋବାଲ ଟେଣ୍ଡର ସମୟସୀମା ଅବଧି ବୃଦ୍ଧି ହୋଇଥିଲା । ଏହାପରେ ଟିକା କିଣିବା ନେଇ ରାଜ୍ୟ ସରକାରଙ୍କୁ ୨ଟି ଆବେଦନ ମିଳିଥିଲା । ଏହାରି ମଧ୍ୟରେ ୨ଟି ବିଡ୍ ମିଳିଥିବା ଏବଂ ତାହା ତର୍ଜମା ଚାଲିଥିବା କଥା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯ଼ାଇଥିଲା ।
ତେବେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମାଗଣା ଟିକା ଯ଼ୋଗାଇ ଦେବା ସୂଚନା ଦେବା ପରେ ଗ୍ଲୋବାଲ ଟେଣ୍ଡରର କୌଣସି ଆବଶ୍ୟକତା ନାହିଁ ବୋଲି ଏହାକୁ ବାତିଲ୍ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।