ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ମାଗଣାରେ ଟୀକା ଦିଆଯିବା ନେଇ ଘୋଷଣା କରିବା ପରେ ଆଜି ଏ ନେଇ ଗାଇଡଲାଇନ ଜାରି କରାଯାଇଛି ।ଏହି ଗାଇଡଲାଇନ ଅନୁଯାୟୀ, ଜନସଂଖ୍ୟା, ସଂକ୍ରମଣର ଭାର ଓ ଟିକାକରଣର ଗତି ଆଧାରରେ ରାଜ୍ୟଗୁଡିକୁ ଟୀକା ଆବଣ୍ଟନ କରାଯିବ । ଗାଇଡଲାଇନରେ କୁହାଯାଇଛି ଯେ ଯେଉଁ ରାଜ୍ୟରେ ଅପଚୟ ଅଧିକ ସେହି ରାଜ୍ୟମାନଙ୍କୁ ଆବଣ୍ଟନ ଉପରେ ପ୍ରଭାବ ପକାଇପାରେ ।
ତେବେ ଟିକା ନଷ୍ଟ ହେବା ନେଇ ମେ’ ମାସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାହାର କରିଥିବା ତଥ୍ୟ ଅନୁଯାୟୀ ଝାଡ଼ଖଣ୍ଡ (ପ୍ରାୟ ୩୭%), ଛତିଶଗଡ଼ (୩୦%), ତାମିଲନାଡୁ (୧୫.୫%), ଜମ୍ମୁ କାଶ୍ମୀର (୧୦.୮%) ଓ ମଧ୍ୟପ୍ରଦେଶ (୧୦.୭%) ଟିକା ନଷ୍ଟ କରିଛନ୍ତି ।