ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଇବାରେ ଲାଗିଛି । ଗତକାଲି ରାଜ୍ୟରେ ୬୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୫୮୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩୩୨ ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ୨୫୬୪ ଜଣ ଲୋକାଲ କଣ୍ଟାକ୍ଟ କେସ ରହିଛି ।
ତେବେ ସବୁଠୁ ଆଶ୍ୱସ୍ତିକର ବିଷୟ ହେଉଛି ରାଜଧାନୀ ଭୁବନେଶ୍ଵର ରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତକାଲି ଭୁବନେଶ୍ୱରରେ ୫୦୦ରୁ କମ୍ ଅର୍ଥାତ୍ ୪୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୮୫୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ଗତକାଲି ୬୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସଂକ୍ରମିତ ୩୪୯ ଚିହ୍ନଟ ହୋଇଛନ୍ତି ।
ତେବେ ଅନୁଗୁଳରୁ ୩୮୫, ବାଲେଶ୍ୱରରୁ ୩୭୩, ବରଗଡରୁ ୯୯, ଭଦ୍ରକରୁ ୩୭୦, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୭୩, କଟକରୁ ୩୪୯, ଦେବଗଡରୁ ୨୨, ଢେଙ୍କାନାଳରୁ ୩୦୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗଜପତିରୁ ୪୪, ଗଞ୍ଜାମରୁ ୩୫, ଜଗତ୍ସିଂହପୁରରୁ ୨୩୨, ଯାଜପୁରରୁ ୪୧୩, ଝାରସୁଗୁଡାରୁ ୫୪, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୬୫, କେନ୍ଦ୍ରାପଡାରୁ ୨୩୫, କେନ୍ଦୁଝରରୁ ୧୩୦, ଖୋର୍ଦ୍ଧାରୁ ୮୫୩, କୋରାପୁଟରୁ ୧୨୯, ମାଲକାନଗିରିରୁ ୧୧୬ ଜଣ କରୋନା ରୋଗୀ ବାହାରିଛନ୍ତି।