ସନଷ୍ଟାର ଟିଭି ବ୍ୟୁରୋ
କରାଚି: ପାକିସ୍ତାନର ସିନ୍ଧ ପ୍ରଦେଶର ଘୋଟକିରେ ଏକ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି । ଘୋଟକିରେ ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣାରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଦୁର୍ଘଟଣାର ଭୟାବହତ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଅନୁମାନ କରାଯାଉଛି । ଦୁର୍ଘଟଣସ୍ଥଳରୁ ଆହତଙ୍କୁ ହସ୍ପିଟାଲ ପଠା ଯାଇଥିବା ବେଳେ ବଗିରେ ଫସି ରହିଥିବା ଯାତ୍ରୀଙ୍କ ଉଦ୍ଧାର ଉଦ୍ୟମ ଜାରି ରହିଛି ।
ସୂଚନା ଅନୁସାରେ, କରାଚିରୁ ସରଗୋଧା ଯାଉଥିବା ମିଲତ୍ ଏକ୍ସପ୍ରେସର ଚକ ଟ୍ରାକରୁ ଖସି ଯାଇଥିଲା । ଏହି ସମୟରେ ବିପରିତ ଦୀଗରୁ ଆସୁଥିବା ସାର ସୟଦ୍ ଏକ୍ସପ୍ରେସ ତାକୁ ଧକ୍କା ଦେଇଥିଲା । ଫଳରେ ମିଲତର ୮ ଓ ସୟଦର ଇଂଜିନ ସମେତ ୩ ବଗି ଟ୍ରାକରୁ ଖସି ଯାଇଥିଲା । ଅନ୍ୟପକ୍ଷରେ କିଛି ବଗି ଟ୍ରାକ କରରେ ଥିବା ଖାଇ ମଧ୍ୟକୁ ଖସି ପଡିଥିଲା । ପୋଲିସ ଅନୁସାରେ ଟ୍ରେନ୍ ବଗିରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବଗି କାଟିବା ପାଇଁ ବଡ଼ ବଡ଼ ମେସିନ୍ ବ୍ୟବହାର କରାଯାଉଛି ।
ତେବେ ଏହି ଦୁର୍ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ଦୁଃଖ ପ୍ରକାଶ କରିବା ସହ ଘଟଣାର ଯଥାଶୀଘ୍ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।