ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଟୀକାକରଣ ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ସାରା ଦେଶରେ ମାଗଣାରେ ଦିଆଯିବ ଟୀକା । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ଉଦବୋଧନ ଦେଇ ସେ ଏହା କହିଛନ୍ତି । ତେବେ ରାଜ୍ୟ ସରକାର ମାନେ ଟୀକାକରଣପାଇଁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡିବନି ବୋଲି ସେ କହିଛନ୍ତି ।ସେ ଆଉ କହିଛନ୍ତି ଯେ ଯେଉଁ ମାନେ ପ୍ରାଇଭେଟ୍ ରେ ଟୀକା ନେବାକୁ ଚାହୁଁଛନ୍ତି ସେମାନେ ମଧ୍ଯ ଟୀକା ନେଇପାରିବେ। ୧୦୦ ବର୍ଷ ମଧ୍ୟରେ ଏଭଳି ମହାମାରୀ କେହି ଦେଖିନଥିବେ ବୋଲି ସେ କହିଛନ୍ତି ।