ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ସମୟରେ ଗରିବ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ମିଳୁଥିବା ପିଡ଼ିଏସ୍ ସାମଗ୍ରୀ ଦୀପାବଳି ଯାଏଁ ମାଗଣରେ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି ।ସେ କହିଛନ୍ତି ଯେ ମହାମାରୀ ଭଳି ସମୟରେ ଦେଶର ସମସ୍ତ ଗରିବଙ୍କ ସହିତ ବନ୍ଧୁ ଭାବରେ ଛିଡା ହୋଇଛନ୍ତି । ସେ ଆଉ ମଧ୍ଯ କହିଛନ୍ତି ଯେ ଏହି ଯୋଜନା ଦ୍ବାରା ଦେଶର ୮୦ କୋଟିରୁ ଉର୍ଦ୍ଧ୍ବ ଲୋକ ନଭେମ୍ବର ଯାଏଁ ମାଗଣାରେ ରାସନ୍ ସାମଗ୍ରୀ ପାଇପାରିବେ ।
ଆଉ ମଧ୍ୟ କରୋନା ଟୀକାକରଣ ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ସାରା ଦେଶରେ ମାଗଣାରେ ଟୀକା ଦିଆଯିବା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାନଙ୍କୁ ଟୀକାକରଣ ପାଇଁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡିବନି ବୋଲି ସେ କହିଛନ୍ତି ।