ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି, ଯାହା ବେଶ୍ ଆଶ୍ୱସ୍ତି ଆଣିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାର ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୩୪୫୩ ଜଣ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୬୬୫ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ୨୧୪ ଜଣବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୬୪୦ ଜଣ, ଯାଜପୁରରୁ ୫୬୩ ଜଣ, ଖୋର୍ଦ୍ଧାରୁ ୪୯୫ ଜଣ, ଅନୁଗୁଳରୁ ୪୧୬ ଜଣ, ପୁରୀ ୩୯୮ ଜଣ, ମୟୂରଭଞ୍ଜରୁ ୩୫୨ ଜଣ, ସୁନ୍ଦରଗଡ଼ରୁ ୨୭୨ ଜଣ, ଭଦ୍ରକରୁ ୨୨୮ ଜଣ, କେନ୍ଦ୍ରାପଡ଼ାରୁ ୨୨୭ ଜଣ, ଜଗତସିଂହପୁରୁ ୨୧୮ ଜଣ, ବାଲେଶ୍ବରରୁ ୧୯୫ ଜଣ, କୋରାପୁଟରୁ ୧୮୦ ଜଣ, ନବରଙ୍ଗପୁରରୁ ୧୬୬ ଜଣ, ବରଗଡ଼ରୁ ୧୬୪ ଜଣ, ନୟାଗଡ଼ରୁ ୧୬୧ ଜଣ, କେନ୍ଦୁଝରରୁ ୧୫୫ ଜଣ, କନ୍ଧମାଳରୁ ୧୪୩ ଜଣ, ଢ଼େଙ୍କାନାଳରୁ ୧୨୩ ଜଣ,ବୌଦ୍ଧରୁ ୧୧୨ ଜଣ, ରାୟଗଡ଼ାରୁ ୧୦୮ ଜଣ, ମାଲକାନଗିରିରୁ ୧୦୭ ଜଣ, ସମ୍ବଲପୁରରୁ ୧୦୩ ଜଣ, ଗଞ୍ଜାମରୁୁ ୯୬ ଜଣ, ଝାରସୁଗୁଡ଼ାରୁ ୮୬ ଜଣ, ବଲାଙ୍ଗୀରରୁ ୮୩ ଜଣ, କଳାହାଣ୍ଡିରୁ ୮୦ ଜଣ, ସୋନପୁରରୁ ୫୨ ଜଣ, ନୂଆପଡ଼ାରୁ ୩୬ ଜଣ, ଗଜପତିରୁ ୩୦ ଜଣ, ଦେବଗଡ଼ରୁ ୨୯ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।