ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ତାଲିକାରେ ପରିବର୍ତ୍ତନ କରାଯାଇଛି । ଲକ୍ଷଣ ଦେଖା ଯାଉନଥିବା କିମ୍ବା ସାମାନ୍ୟ ଲକ୍ଷଣ ଦେଖା ଯାଉଥିବା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତିରେ ପରିବର୍ତ୍ତନ କରି କେନ୍ଦ୍ର ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ନୂଆ ନିୟମ ଅନୁସାରେ ଏଣିକି ଆଉ ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ହାଇଡ୍ରୋକ୍ସି କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଡକ୍ସିସାଇକ୍ଲିନ୍, ଜିଙ୍କ ଓ ମଲ୍ଟି ଭିଟାମିନ ଔଷଧ ଦିଆଯିବ ନାହିଁ ।
ସେହିପରି ଅନାବଶ୍ୟକ ଭାବେ ସିଟି ସ୍କାନ ନକରିବାକୁ କୁହାଯାଇଛି । ରୋଗୀଙ୍କୁ ଷ୍ଟିମ ଦେବା, ଆଂଟିବାୟୋଟିକ୍ ଔଷଧ କିମ୍ବା ଭିଟାମିନ ଓ ଜିଙ୍କ ଦେବାକୁ ବାରଣ କରାଯାଇଛି । ଷ୍ଟେରଏଡ୍, ଅସ୍କିଜେନ୍ କିମ୍ବା ପାରାସିଟାମୋଲକୁ ଠିକ ଭାବେ ଉପଯୋଗ କରୁବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଜମା ଥେରାପୀକୁ ମଧ୍ୟ ମନା କରାଯାଇଛି । ଏଥିସହ ଟୋସିଲିଜୁମାବ ଭଳି ଔଷଧକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।