ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଟୁଇଟର ଆକାଉଣ୍ଟକୁ ନେଇ ଏବେ ବେଶ୍ ଚର୍ଚ୍ଚା ର କାରଣ ସାଜିଛି ।
ଶନିବାର ଦିନ ‘ଟୁଇଟର୍’ ଭାରତର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟୁଇଟର୍ ହ୍ୟାଣ୍ଡଲରୁ ‘ବ୍ଲୁ ବ୍ୟାଜ୍’ ବା ‘ ବ୍ଲୁ ଟିକ୍’ ଉଠାଇ ଦେଇଥିଲା । ଏସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ‘ଟୁଇଟର୍’ କହିଛି ଯେ, ‘ଲଗ୍ଇନ୍’ କରିବାରେ ଦୀର୍ଘ ଦିନ ବ୍ୟବଧାନ ରହିବା କାରଣରୁ ‘ବ୍ଲୁ ଟିକ୍’ ଉଠିଯାଇଥିଲା । ତେବେ ଏବେ ପୁଣି ସେ ସଙ୍କେତ ଉଠାଇ ଦେବାର କିଛି ଘଣ୍ଟା ପରେ ପୁଣି ତାହା ଫେରାଇ ଦେଇଛି । କିନ୍ତୁ, ୯.୩ ଲକ୍ଷ ଅନୁଗାମୀ ଥିବା ଉପରାଷ୍ଟ୍ରପତିଙ୍କ ସରକାରୀ ହ୍ୟାଣ୍ଡଲ୍ରେ ‘ବ୍ଲୁ ଟିକ୍’ ପୂର୍ବବତ୍ ରହିଛି।