ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆଜିକାଲି ଆବାଳବୃଦ୍ଧବନୀତା ସମସ୍ତଙ୍କ ହାତରେ ମୋବାଇଲ୍ ରହିଥାଏ । ଏହି ମୋବାଇଲ୍ ଅନେକ ଉପକାର ହୋଇଥିଲା ବେଳେ ଏହି ମୋବାଇଲ ପାଇଁ ଅକାରଣରେ ଅନେକ ଟଙ୍କା ଗାଏବ ହୋଇଯାଏ । ତେବେ ଏହା ନିର୍ଭର କରେ ମୋବାଇଲ ବ୍ୟବହାର ଉପରେ । ଅନେକ ଆପ୍ ଏପରି ଅଛି ଯାହା ପାଇଁ ଆପଣଙ୍କ କ୍ଷତି ହୋଇପାରେ । ସେହି ଆପ୍ ଗୁଡିକ ପାଇଁ ଆପଣଙ୍କ ବ୍ୟକ୍ତିଗତ ଡାଟା ଲିକ୍ ହୋଇପାରେ । ତେବେ ଜାଣନ୍ତୁ ସେହି ଆପ୍ ଗୁଡିକ ବିଷୟରେ ।
ସୂଚନାନୁଯାୟୀ, ଆଷ୍ଟ୍ରୋ ଗୁରୁ, ଟେଲିଭା, ଆପ ସହ ଏକ ଲୋଗୋ ଡିଜାଇନିଂ ଆପ୍ ୟୁଜରମାନଙ୍କ ଡାଟା ଚୋରି କରୁଛନ୍ତି । ଏହି ଆପ୍ ଗୁଡ଼ିକ ୟୁଜରଙ୍କ ବ୍ୟକ୍ତିଗତ ଚାଟ୍, ଇମେଲ୍ ଆଇଡି, ଜନ୍ମ ତାରିଖ, ଡିଭାଇସ୍ ଲୋକେସନ୍, ଜେଣ୍ଟର ଇନଫରମେସନ ଭଳି ତଥ୍ୟ ଚୋରି କରୁଛନ୍ତି । ଏହି ସବୁ ଆପ୍ ଗୁଡିକ ନିକଟରେ ରିୟଲ ଟାଇମ୍ ଡାଟା ବେସ୍ ଥାଏ । ୟୁଜରଙ୍କ ସବୁ ଡାଟା ଷ୍ଟୋର କରିଥାନ୍ତି ।
ଚେକ୍ ପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ରିଅଲ୍-ଟାଇମ୍ ଡାଟାବେସ୍ ଆପ୍ ଡେଭଲପର୍ସମାନଙ୍କ କ୍ଲାଉଡ୍ ରେ ତଥ୍ୟ ସଂରକ୍ଷଣ କରିବାକୁ ଅନୁମତି ଦେଇଥାଏ, ଏବଂ ଏହା ପ୍ରକୃତ ଗ୍ରାହକମାନଙ୍କ ସହିତ ସଂଯୁକ୍ତ ରହିଥାଏ ବୋଲି ସ୍ପଷ୍ଟ କରିଥାଏ । ବହୁ ସମୟରେ କିଛି ଡେଭଲପର୍ସ ଡାଟାବେସର ସୁରକ୍ଷାକୁ ଅଣଦେଖା କରନ୍ତି । ଏହି ଭୁଲ କନଫିଗରେସନ ସମଗ୍ର ଡାଟାବେସର ଚୋରି, ସେବା-ସ୍ୱାଇପ୍ ର ସୁଯୋଗ ଦେଇଥାଏ । ବହୁ ଲୋକପ୍ରିୟ ଆପ୍ ଏଭଳି ସାଇବର ଆକ୍ରମଣରେ ସାମିଲ ଅଛନ୍ତି । ରିଅଲ୍-ଟାଇମ୍ ଡାଟାବେସ୍ ହେତୁ ଚାଟ୍ ହ୍ୟାକିଂ ହେବାର ସମ୍ଭାବନା ବଢିଥାଏ । ତେବେ ଯଦି ଆପଣ ଏହି ଆପ୍ ଡାଉନଲୋଡ୍ କରିଛନ୍ତି ତେବେ ସାବଧାନ୍ ।