ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ୱାଇ: କ୍ରିକେଟ ଜଗତର ଭଗବାନ ରୂପେ ପରିଚୟ ହାସଲ କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅବସର ନେଇ ସାରିଥିଲେ ମଧ୍ୟ ଏବେ ମଧ୍ୟ ସେ ବେଶ୍ ଲୋକପ୍ରିୟ । ସଚିନ ନିଜ 24 ବର୍ଷର ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ ଅନେକ ରେକର୍ଡ ନିଜ ନାମରେ ଲେଖିଛନ୍ତି । କ୍ରିକେଟ ଛଡା ବିଜ୍ଞାପନ ଦୁନିଆରେ ସେ ଆଜି ମଧ୍ୟ ନଜର ଆସୁଛନ୍ତି ।
2013ରେ କ୍ରିକେଟରୁ ସନ୍ୟାସ ନେଇସାରିଥିଲେ ମଧ୍ୟ ସେ ଆଜି ମଧ୍ୟ ଦୁନିଆର ସବୁଠୁ ଧନୀ ଖେଳାଳୀ ମଧ୍ୟରୁ ଜଣେ ଅଟନ୍ତି ।2020ରେ ସଚିନଙ୍କ ମୋଟ୍ ସମ୍ପତ୍ତି ପ୍ରାୟ 834 କୋଟି ଥିଲା । ଯାହାକୁ ସେ କ୍ରିକେଟ ଓ ବିଜ୍ଞାପନରୁ କମାଇଥିଲେ । ଏଥିସହିତ ସେ ରିଅଲ୍ ଇଷ୍ଟେଟରେ ମଧ୍ୟ ନିବେଶ କରିଥିଲେ । ଯେଉଁଥିରୁ ତାଙ୍କୁ ଅନେକ ଲାଭ ମିଳୁଛି । ମୁମ୍ୱାଇର ବାନ୍ଦ୍ରାରେ ସଚିନଙ୍କ ଏକ ବିଶାଳ ପ୍ରପଟି ରହିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 62 କୋଟି ହେବ । ମୁମ୍ୱାଇର କୋଲାବାରେ ମଧ୍ୟ ତେନ୍ଦୁଲକର ନାମରେ ଓ ମୁଲୁଣ୍ଡ ଠାରେ ସଚିନଙ୍କ ନାମରେ ପ୍ରପଟି ରହିଛି ।
କୁହାଯାଏ ଯେ, 2011ରୁ 2013 ମଧ୍ୟରେ କେବଳ କୋକା କୋଲା ବିଜ୍ଞାପନରୁ ସଚିନ 1.25 ମିଲିୟନ ଡଲାର୍ ପାଇଥିଲେ । କ୍ରିକେଟରୁ ସନ୍ୟାସ ନେବା ପରେ ବିସିସିଆଇ ପକ୍ଷରୁ ପ୍ରତି ମାସରେ ସଚିନଙ୍କୁ 50 ହଜାର ଟଙ୍କା ପେନସନ ମିଳିଥାଏ । ତାଙ୍କୁ ଆୁଉ ମଧ୍ୟ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ମଧ୍ୟ ମିଳିଥିଲା ।ଏଥିସହିତ ପଦ୍ମ ବିଭୂଷଣ, ପଦ୍ମ ଶ୍ରୀ, ଅର୍ଜୁନ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି ।