ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ସବୁଠୁ ଅଧିକ ରହିଛି । ଯାହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ବିଏମସି ପକ୍ଷରୁ କରାଯିବ କରୋନା ଟେଷ୍ଟିଂ କରାଯିବ । ମୋବାଇଲ୍ ଭ୍ୟାନ ପଠାଯାଇ ଲୋକଙ୍କ ଆରଟିପିସିଆର ଏବଂ ଆଣ୍ଟିଜେନ୍ ଟେଷ୍ଟ କରାଯିବ ବୋଲି ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ବିଏମସି କମିସନର । ସେ ଆଉ ମଧ୍ୟ କହିଛନ୍ତି ଯେ, ଦୈନିକ ସଂକ୍ରମଣ ଏବେ ଭୁବନେଶ୍ୱରରେ ତଳମୁହାଁ ଅଛି । ତେଣୁ ସମସ୍ତେ ସରକାରଙ୍କ ସଟଡାଉନ୍ ଏବଂ ଲକଡାଉନ୍ ନିୟମ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ତା ବାଦ୍ ଟିକାକରଣକୁ ନେଇ ମଧ୍ୟ ବିଏମସି କମିଶନର ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି । ଭୁବନେଶ୍ୱରବାସୀଙ୍କୁ ସଠିକ୍ ସମୟରେ ଦ୍ୱିତୀୟ ଡୋଜ ଟିକା ଯୋଗାଇ ଦିଆଯିବ । ତା ସହ ନୂଆ ଲୋକମାନେ ମଧ୍ୟ ସ୍ଲଟ୍ ବୁକ୍ କରି ନିଜର ଟିକା ନେଇପାରିବେ ବୋଲି ସେ କହିଛନ୍ତି ।