ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କମିସନରେଟ ପୋଲିସର ସ୍ବତନ୍ତ୍ର ଅପରେସନ। ପୋଲିସ କଷ୍ଟଡିରୁ ଫେରାର ଅଭିଯୁକ୍ତ ଧରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ‘ୱାଇଲ୍ଡ ଏସ୍କେପ’। ଏହିକ୍ରମରେ ଧରାପଡିଛି ୭ ବର୍ଷ ତଳର ଫେରାର ଅଭିଯୁକ୍ତ ଭାସ୍କର ସାହୁ । ଅଭିଯୁକ୍ତର ଘର ନୟାଗଡର ଓଡଗାଁ, ବୟସ ୩୨ ବର୍ଷ ।ଅଭିଯୁକ୍ତ ୨୦୧୪ ମସିହା ଫେବୃୟାରୀ ମାସ ୧୩ ତାରିଖରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମରେ ସାମିଲ ଥିଲା। ସେତବେଳେ ପୋଲିସ ତାକୁ ଗିରଫ କରିଥିଲା ମାତ୍ର କୋର୍ଟ ଚାଲାଣ ବେଳେ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଧରିବା ପାଇଁ ନିର୍ଦେଶ ପରେ ସ୍ପେଶାଲ ସ୍କ୍ବାର୍ଡ ତାକୁ ନୟାଗଡରୁ ଗିରଫ କରିଛି। ତେବେ ଏହି ଘଟଣାର ୧୨ ଜୁନରେ ୨୦୧୪ରେ ଗିରଫ ହୋଇଥିଲା । ସେତେବଳେ ଏହି ଅପରାଧି ଜେଲ କଷ୍ଟଡିରେ ଥାଇ କୋର୍ଟ ଚାଲାଣ ବେଳେ ଡିସେମ୍ବର ୨୦୧୪ରେ ଫେରାର ଥିଲା। ତେବେ ପୂର୍ବରୁ ଏହି ଅପରେସନରେ ଏୟାରଫିଲଡ ପୋଲିସ କଷ୍ଟଡିରୁ ଫେରାର ଥିବା ଆଉ ଏକ ଅପରାଧି ଜିତେନ୍ଦ୍ର ପରିଡାକୁ ୨ ଦିନ ତଳେ ଗିରଫ କରାଯାଇଥିଲା, ଯେ କି ହତ୍ୟା ମାମଲାରେ ଗିରଫ ହୋଇ ଫେରାର ହୋଇଥିଲା।