ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଜୁନ ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ଵତନ୍ତ୍ର ଟିକା ଡ୍ରାଇଭ୍ । ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ୧୮ ରୁ ୪୪ ବର୍ଗ ବୟସ୍କଙ୍କ ପାଇଁ ଦ୍ଵିତୀୟ ଡୋଜ୍ ଟିକାକରଣ ପାଇଁ ବିଏମସିର ସ୍ଵତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛି । ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ରଗୁଡିକ ମଧ୍ୟ ପୁଣି ଥରେ କାର୍ଯ୍ୟକ୍ଷମ ହେବ । ପୂର୍ବରୁ ଗତ ମେ ୩ ରୁ ୫ ତାରିଖରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ୍ ଟିକା ଦିଆଯିବ। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।