ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ସମୟରେ ବିଦ୍ୟାଳୟଗୁଡିକ ବନ୍ଦ ରହିଥିଲେ ମଧ୍ୟ ଘରୋଇ ବିଦ୍ୟାଳୟଗୁଡିକ ଫି ରେ ଛାଡ କରୁନଥିଲେ । ଯେଉଁଥିପାଇଁ ମାମଲା ସୁପ୍ରିମକୋର୍ଟ ଯାଏ ମଧ୍ୟ ଯାଇଥିଲା । ତେବେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭିଭାବକଙ୍କୁ ଆଶ୍ୱସ୍ତୀ ମିଳିଛି । କାରଣ ଘରୋଇ ସ୍କୁଲ ୧୫ ପ୍ରତିଶତ ଫି ଛାଡ଼ କରିବେ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କରୋନା ବେଳେ ଘରୋଇ ସ୍କୁଲ ଫି ଛାଡ଼ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ରାଜ୍ୟରେ ଯେଉଁ ବିଦ୍ୟାଳୟଗୁଡ଼ିକ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର କରିଥିବେ ସେମାନଙ୍କ ଫିରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଯେଉଁମାନେ ଏମ୍ଓୟୁ ସ୍ୱାକ୍ଷର କରିନଥିବେ ସେମାନେ ୧୫ ପ୍ରତିଶତ ସ୍କୁଲ ଫି ଛାଡ଼ କରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।