ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟକୁ ମାଗଣାରେ କରୋନା ଟିକା ଦେବା ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବିଙ୍କୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ । ଏଥିସହିତ ଏହି ଅଭିଯାନ ପାଇଁ ସେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଟିକକରଣ ନେଇ ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କୁ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଏହି ମହାମାରୀ ସମୟରେ ସମସ୍ତ ରାଜ୍ୟମାନେ ଏକତ୍ରିତ ହୋଇ ଲଢେଇ ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ । ଓ କେନ୍ଦ୍ର ସରକାର ମାଗଣାରେ ସମସ୍ତ ରାଜ୍ୟକୁ ଟିକା ଯୋଗାଇ ଦେବାକୁ ସେ କହିଥିଲେ । ଏହି ଚିଠିର ପ୍ରତିଉତ୍ତର ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ସେ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇବା ସହ ଦେଶ କରୋନା ମହାମାରୀ ବିରୋଧରେ ଲଢୁଥିବାବେଳେ ଓଡିଶା ସହିତ ମିଶି ମୁକାବିଲା କରିବା ପାଇଁ ସେ ଇଚ୍ଛୁକ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।