ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣର ଅଭାବକୁ ଦୂର କରିବା ପାଇଁ ଆଜି ଖୋଲିବାକୁ ଯାଉଛି ଗ୍ଲୋବାଲ ଟେଣ୍ଡର । ରାଜ୍ୟ ସରକାର ବିଭିନ୍ନ ବିଦେଶୀ କମ୍ପାନୀଠାରୁ ୩କୋଟି ୮୦ ଲକ୍ଷ କରୋନା ଟିକା କିଣିବାର ଲକ୍ଷ୍ୟ ରଖିଛନ୍ତି । ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ ସରକାର ସରଳୀକରଣ କରିଥିବାରୁ ଏଣିକି ଫାଇଜର, ମଡର୍ଣ୍ଣା ଭଳି କମ୍ପାନୀ ଭାଗ ନେଇପାରିବେ ।
ତେବେ ପୂର୍ବରୁ ଏହି ଟେଣ୍ଡରରେ ଭାଗ ନେବାକୁ ହେଲେ ଟିକାର ଷ୍ଟୋରେଜ କାପାସିଟି 2 ଡିଗ୍ରୀରୁ 8 ଡିଗ୍ରୀ ସେଲସିୟସ୍ ରଖାଯାଇଥିବା ବେଳେ ନିୟମରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ 20 ଡିଗ୍ରୀ ସେଲସିୟସରେ ରଖାଯାଉଥିବା ଟିକା କମ୍ପୀନୀକୁ ଅନୁମତି ଦିଆଯାଇଛି ।
ତେବେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ପଶ୍ଟିମବଙ୍ଗ, କେରଳ, କର୍ଣ୍ଣାଟକ, ହରିୟାଣା ଆଦି ରାଜ୍ୟଗୁଡିକ ମଧ୍ୟ କୋଭିଡ୍ ଭ୍ୟାକସିନ ପାଇଁ ଗ୍ଲୋବାଲ ଟେଣ଼୍ଡର କରିଥିଲେ ମଧ୍ୟ କେବଳ କର୍ଣ୍ଣାଟକ ରାଜ୍ୟକୁ ହିଁ ସୁଫଳ ମିଳିଥିଲା । ଏହି ପ୍ରକ୍ରିୟାରେ କର୍ଣ୍ଣାଟକ ଦୁଇଟି ସପ୍ଲାୟର୍ସ ପାଇପାରିଥିଲା ।