ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ବ୍ୟାପକ କରିବା ପାଇଁ ବର୍ତ୍ତମାନ ବାସହୀନ ଲୋକଙ୍କୁ ଦିଆଯିବ କରୋନା ଟିକା । ତେବେ ଏହାକୁ ନେଇ ବିଏମସି ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ଚିହ୍ନଟ ତଥା ପଞ୍ଜିକୃତ ବାସହୀନଙ୍କର ହେବ ଟୀକାକରଣ । ପୂର୍ବରୁ ସହରାଞ୍ଚଳ ବାସହୀନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏବେ ଲୋକଙ୍କ ନିକଟକୁ ଯାଇ ଦିଆଯିବ ଟିକ। ।
ଭୁବନେଶ୍ୱରର ନୀଳାଦ୍ରିବିହାର ସ୍ଥିତ ବାସହୀନ ଥଇଥାନ କେନ୍ଦ୍ରରେ ହେବ ଟିକାକରଣ । ବିଏମ୍ସିର ୩ଟି ଜୋନ୍ରେ ଟିକାକରଣ କାର୍ଯ୍ୟକ୍ରମ ହେବ । ସେହିପରି ବୁଲା ବିକାଳିଙ୍କର ବାଧ୍ୟତାମୂଳକ ଟେଷ୍ଟିଂ ମଧ୍ୟ କରାଯିବ । ମୋବାଇଲ ଟେଷ୍ଟିଂ ଭ୍ୟାନ୍ ମାଧ୍ୟମରେ କରୋନା ଟେଷ୍ଟ କରାଯିବ ।