ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୀତି ଆୟୋଗ ପକ୍ଷରୁ ଆଜି ଜାରି କରାଯାଇଛି ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ । ଏହି ରିପୋର୍ଟରେ ରାଜ୍ୟ ଓ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳର ସାମାଜିକ , ଆର୍ଥିକ, ପର୍ଯାବରଣୀୟ ସ୍ଥିତିର ବିକାଶକୁ ଦୃଷ୍ଟିରେ ରଖି ଏହି ଆକଳନ କରାଯାଇଥାଏ । ତେବେ ଏହି ରିପୋର୍ଟରେ ଚଳିତ ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଛି କେରଳ ।ତେବେ ସବୁଠୁ ଖରାପ ସ୍ଥାନ ବିହାରର ରହିଛି । ଦ୍ୱିତୀୟ ସ୍ଥାନରେ ହିମାଚଳ ପ୍ରଦେଶ ରହିଥିବାବେଳେ ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି । ସୂଚକାଙ୍କରେ ୧୯ ତମ ସ୍ଥାନରେ ରହିଛି ଓଡିଶା । ଟପ୍ 5 ଲିଷ୍ଟରେ କେରଳ ,ହିମାଚଳ ପ୍ରଦେଶ, ତାମିଲ ନାଡୁ, ଆନ୍ଧ୍ର ପ୍ରଦେଶ, ଗୋଆ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ସିକିମ୍, ମହାରାଷ୍ଟ୍ର ରହିଛି ।
ଚଳିତ ବର୍ଷ ଏହି ରିପୋର୍ଟରେ 17 ଟି ଲକ୍ଷ୍ୟକୁ ନେଇ 36ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ପ୍ରଦର୍ଶନକୁ ଆକଳନ କରାଯାଇଥିଲା । ତେବେ ପୂର୍ବ ବର୍ଷ ମଧ୍ୟ ଏହି ରାଙ୍କିଙ୍ଗରେ କେରଳ ପ୍ରଥମରେ ରହିଥିଲା ।