ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପ୍ରଥମଥର ପାଇଁ ଭୁବନେଶ୍ୱରରେ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀର ଶୁଭାରମ୍ଭ ହୋଇଛି । କରୋନା ସମୟରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍ଥ ଏଣ୍ଡ ୱଲ୍ନେସ୍ ଗ୍ରୁପ୍ (OSA-HWG) “ଅମୃତ ଧାରା” ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ବିଏମସିର ସହଯୋଗରେ ଏହି ଆଶ୍ରୟସ୍ଥଳୀ ପଟିଆ ବିଗବଜାରସ୍ଥିତ ତ୍ରିଷ୍ଣା ବାଙ୍କୁଏଟ ଠାରେ ପ୍ରତିଷ୍ଠା କରାଯାଇଛି ।
ଅମ୍ଳଜାନ ଆଶ୍ରୟସ୍ଥଳୀର ଶୁଭାରମ୍ଭ ଅବସରରେ ସୁଶାନ୍ତ କୁମାର ରାଉତ, ବିଧାୟକ ଭୁବନେଶ୍ଵର-ଉତ୍ତର, ଡ଼ା. ପ୍ରିୟବ୍ରତ ଧିର୍, ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ, ସବ୍ୟସାଚୀ ମିଶ୍ର, ଅଭିନେତା ତଥା ସମାଜସେବୀ, ଡ଼ା. ଅବିନାଶ ସାମଲ, ଏମ୍ପ୍ରିଓ ଗ୍ରୁପର ମୁଖ୍ୟ, ଡ଼ା ଅମ୍ରିତ ପାଟ୍ଟଯୋଶୀ, ପ୍ରଫେସର୍ ହାଇଟେକ ମେଡିକାଲ, ପ୍ରଭିନ୍ ଅଗ୍ରୱାଲ୍, ସମାଜସେବୀ ଏବଂ ଜେନେରାଲ ଡେପୁଟି କମିଶନର ପୁରନ୍ଦର୍ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।