ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକାକରଣକୁ ଆହୁରି ବ୍ୟାପକ କରିବାକୁ ପିଲାଙ୍କ ଠାରେ ଆରମ୍ଭ ହୋଇଛି କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଟିକା କୋଭାକ୍ସିନକୁ ପାଟନା ଏମ୍ସରେ ପିଲାମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ରୁ ୧୮ ବର୍ଷର ପିଲାମାନେ ସାମିଲ ହୋଇଛନ୍ତି । ମେ ୧୧ ରେ DCGI ୨ରୁ ୧୮ ବର୍ଷର ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଅନୁମତି ଦେଇଥିଲେ ।
ଗତସପ୍ତାହ ଠାରୁ ଏହି ଟ୍ରାଏଲ୍ ଇଚ୍ଛୁକ ପିଲାଙ୍କ ପଞ୍ଜୀକରଣ ଜାରି ରହିଥିଲା। ଏଥିରେ ୭୦ରୁ ୮୦ ଜଣ ପିଲାଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରହିଛି । ପଞ୍ଜୀକରଣ ପରେ ପିଲାମାନଙ୍କ ଆଣ୍ଟିବଡି ଓ RTPCR ଟେଷ୍ଟ କରାଯାଇ ସେମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ଯାଞ୍ଚ କରାଯାଇଥିଲା । ଏହାପରେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି ।