ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ସମୟରେ କେବଳ ମଣିଷ ନୁହେଁ ପଶୁପକ୍ଷୀମାନେ ମଧ୍ୟ ଖୁବ୍ ହଇରାଣ ହେଉଛନ୍ତି । ହୋଟେଲ, ଦୋକାନ ବଜାର ବନ୍ଦ ଥିବାରୁ ବୁଲା ପଶୁ ପକ୍ଷୀମାନେ ଖାଦ୍ୟ ପାଇପାରୁ ନାହାନ୍ତି ।ତେବେ ସେମାନଙ୍କ ଭୋକ ମେଣ୍ଟାଇବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ ପାଣ୍ଠିରୁ 67.52 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଯାହା ବର୍ଦ୍ଧିତ ଲକଡାଉନ୍ ଅବଧି ମଧ୍ୟରେ ଭ୍ରମଣକାରୀ ପଶୁମାନଙ୍କ ଖାଇବାକୁ ଦେବା ପାଇଁ ବ୍ୟବହୃତ ହେବ ।
ବିଏମସି 20 ହଜାର ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନ୍ୟ 4 ଟି ମ୍ୟୁନିସିପାଲିଟି କର୍ପୋରେସନ୍ ପ୍ରତ୍ୟେକ ଦିନ 10 ହଜାର ଟଙ୍କା ଖର୍ଚ୍ଚ କରିପାରିବେ । 48 ଟି ପୌର ସଂସ୍ଥା ପ୍ରତ୍ୟେକ ଦିନ 5 ହଜାର ଏବଂ 61 ଏନଏସି 2 ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ଚଳିତ ବର୍ଷ ପ୍ରଥମ ଦୁଇଟି ପର୍ଯ୍ୟାୟରେ 1 କୋଟି 13 ଲକ୍ଷ 94 ହଜାର ଟଙ୍କା ମଞ୍ଜୁର କରିଥିଲେ ।