ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ଆଉ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ କରୋନା ଟିକା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଟିକାର ୩୦ କୋଟି ଡୋଜ୍ ପାଇଁ ହାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା ବାୟୋଲୋଜିକାଲ-ଇ ସହିତ ଡିଲ କରିଛନ୍ତି । ଯେଉଁଥିପାଇଁ କମ୍ପୀନୀକୁ ୧୫ ଶହ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିଛି କେନ୍ଦ୍ର । ଏହି ଟିକା ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ମେସର୍ସ ବାୟୋଲୋଜିକାଲ କମ୍ପାନୀ ପ୍ରସ୍ତୁତ ଓ ଷ୍ଟୋର କରିବ ।
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ ପଜିଟିଭ୍ ରେଜଲ୍ଟ ମିଳିବା ପରେ ଏବେ କମ୍ପାନୀ ତରଫରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଟିକା ଆରବିଡି ପ୍ରୋଟିନ ସବ୍-ୟୁନିଟ୍ ଭ୍ୟାକ୍ସିନ ବୋଲି କୁହାଯାଇଛି । ଆଗାମୀ କିଛି ମାସ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।