ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଭିଡ୍ ଟିକାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ମୋଦୀ ସରକାର ବହୁତ କିଛି କୁହନ୍ତି କିନ୍ତୁ କାମ କିଛି ହୁଏ ନାହିଁ । ସାରା ଦେଶରେ ଟିକା ଦେବା ଏକ ବହୁତ ବଡ କାମ ଅଟେ । କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକା ଯୋଗାଇ ପାରୁନାହାଁନ୍ତି । ତେବେ ଏପରି ପରିସ୍ଥିତିରେ କିପରି ଡିସେମ୍ୱର ମାସ ମଧ୍ୟରେ ସାରା ଦେଶରେ ଟିକାକରଣ କରାଯିବ ବୋଲି ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
ସେ ଆଉ ମଧ୍ୟ କହିଛନ୍ତି ଯେ, ଟିକାକରଣକୁ ନେଇ ସେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେରଳ ମୁଖ୍ୟମନ୍ତ୍ରୀମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କୁ ସବୁ ରାଜ୍ୟରେ ମାଗଣାରେ ଟିକା ଯୋଗାଇ ଦେବା ଉଚିତ୍ ବୋଲି ସମସ୍ତେ ମତ ଦେଇଛନ୍ତି ।