ସନଷ୍ଟାର ଟିଭି ବ୍ୟୁରୋ
ଫିରୋଜାବାଦ: କରୋନା ସଂକ୍ରମଣରେ ରୋକ୍ ଲଗାଇବାର ମାଧ୍ୟମ ହେଉଛି ଟିକାକରଣ ପ୍ରକ୍ରୀୟା । ଯେଉଁ ସରକାରୀ କର୍ମଚାରୀମାନେ ଟିକା ନେଉ ନାହାନ୍ତି ସେମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶର ଫିରୋଜାବାଦର ଯେ ଜିଲ୍ଲାପାଳ । ଯେଉଁ ସରକାରୀ କର୍ମଚାରୀ ଟିକା ନନେଇଛନ୍ତି ସେମାନଙ୍କ ମେ ମାସର ପାଇଁ ଦରମା ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
ମୁଖ୍ୟ ଉନ୍ନୟନ ଅଧିକାରୀ ଚର୍ଚିତ ଗୌର ବୁଧବାର କହିଛନ୍ତି ଯେ ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂ ନିର୍ଦେଶ ଦେଇଛନ୍ତି ଯେଉଁମାନେ ‘ଟୀକାକରଣ କରିନାହାନ୍ତି, ତାଙ୍କୁ ଦରମା ଦିଆଯିବନି l ସେ କହିଛନ୍ତି ଯେ ଯଦି କୌଣସି ବିଭାଗର କର୍ମଚାରୀମାନେ ସେମାନଙ୍କ ଟୀକାକରଣ ନକରନ୍ତି, ତା’ହେଲେ ବିଭାଗୀୟ ମୁଖ୍ୟଙ୍କୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଭାବରେ ମଇ ମାସର ଦରମା ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ଏହି ନିର୍ଦେଶ ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l