ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ତଳମୁହାଁ ରହିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଉପରମୁହାଁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ହଜାର ୩୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ସର୍ବୋଚ୍ଚ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୦ଜଣଙ୍କ ପ୍ରାଣ ଯାଇଛି ।
ତେବେ ସଂକ୍ରମଣ ସଂଖ୍ୟା ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୭୪୧ ବାହାରିଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩୬୫୮ ରହିଛି । ତେବେ ଆଜି ମଧ୍ୟ ସର୍ବୋଚ୍ଚ ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୪୬୮, ବାଲେଶ୍ଵରରୁ ୨୪୦, ବରଗଡ଼ରୁ ୧୮୯, ଭଦ୍ରକରୁ ୧୪୭, ବଲାଙ୍ଗିରରୁ ୧୧୬, ବୌଦ୍ଧରୁ ୧୬୬, କଟକରୁ ୭୬୬, ଦେଓଗଡ଼ରୁ ୮୧, ଡେଙ୍କାନାଳରୁ ୪୫୧, ଗଜପତିରୁ ୮୦, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୨୬୯, ଯାଜପୁରରୁ ୫୧୪, ଝାରସୁଗୁଡାରୁ ୫୩, କଳାହାଣ୍ଡିରୁ ୧୯୦, କନ୍ଧମାଳରୁ ୯୫, କେନ୍ଦ୍ରାପଡାରୁ ୨୧୦, କେଉଁଝରରୁ ୧୮୬, ଖୋର୍ଦ୍ଧାରୁ ୧୧୦୨, କୋରାପୁଟରୁ ୧୭୮, ମାଲକାନଗିରିରୁ ୧୨୮, ମୟୁରଭଞ୍ଜରୁ ୪୮୫, ନବରଙ୍ଗପୁରରୁ ୨୦୦, ନୟାଗଡ଼ରୁ ୨୨୩, ନୂଆପଡାରୁ ୩୪, ପୁରୀରୁ ୪୭୫, ରାୟଗଡ଼ାରୁ ୨୯୨, ସମ୍ବଲପୁରରୁ ୧୯୧, ସୋନପୁରରୁ ୧୪୩, ସୁନ୍ଦରଗଡ଼ରୁ ୪୭୭, ଷ୍ଟେଟପୁଲ ୧୮୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।