ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ । କୋରୋନାରେ ଆକ୍ରାନ୍ତ ହୋଇ ସମ୍ ଅଲ୍ଟିମେଟରେ ଚିକିତ୍ସିତ ହେଉଛନ୍ତି ପୂର୍ବତନ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ।
ଗତକାଲି(ମଙ୍ଗଳବାର) ଠାରୁ ସ୍ବାସ୍ଥ୍ୟ ଅବସ୍ଥା ବିଗୁଡୁଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ବିଜୟଶ୍ରୀଙ୍କ ଦୁଇ ପୁଅ ବି ଏବେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଉଭୟ ସୁସ୍ଥ ଥିବା ସୂଚନା ମିଳିଛି । ତେବେ ଏମାନଙ୍କ ସହ ବୋହୂ ଓ ନାତି ନାତୁଣୀ ବି କୋରୋନାରେ ଆକ୍ରାନ୍ତ ହୋଇଥିବ ସୂଚନା ମିଳିଛି ।