ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପାଇଁ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି । ଭୁବନେଶ୍ୱରର ଘରୋଇ ହସ୍ପିଟାଲ ଆପୋଲୋରେ ଚିକିତ୍ସାଧୀନ ଜଣେ ୮୨ ବୟସ୍କ କୋଭିଡ୍ ରୋଗୀଙ୍କୁ ପ୍ରଥମ କରି ଏହି ଚିକିତ୍ସା ପ୍ରଦାନ କରାଯାଇଛି ।
ତେବେ ଏହି କକଟେଲ୍ ଥେରାପିକୁ ଭାରତରେ ବ୍ୟବହାର କରିବାକୁ ଗତ ମେ’ ମାସରେ ଅନୁମତି ମିଳିଥିଲା । ଏହି ଆଣ୍ଟିବଡି କକଟେଲ୍ ମୁଖ୍ୟତଃ ଏକ ଇଂଜେକ୍ସନ ଯାହାକି କ୍ୟାସିରିଭାମ୍ବ ଓ ଆଇଡେଭିମ୍ୟାବ୍ ସମିଶ୍ରଣରେ ପ୍ରସ୍ତୁତ କରାଯାଇଛି । ଆମେରିକା ଓ ୟୁରୋପରେ ଏହି ଚିକିତ୍ସା ପଦ୍ଧତିର ବହୁଳ ବ୍ୟବହାର କରାଯାଉଛି । ୧୨ବର୍ଷରୁ ଅଧିକ ବୟସର ଯେକେହି କୋଭିଡ୍ ସଂକ୍ରମିତ ହେବାର ୭ରୁ ୮ ଦିନ ମଧ୍ୟରେ ଆଣ୍ଟିବଡ଼ି କକଟେଲ୍ ଚିକିତ୍ସା କରାଗଲେ ୭୦ରୁ ୮୦ ପ୍ରତିଶତ ରୋଗୀଙ୍କୁ ହସପିଟାଲ ଯିବାକୁ ପଡିବ ନାହିଁ ।