ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଭିନ୍ନ ଦେଶରେ ଦେଖାଯାଉଥିବା କରୋନା ଭୂତାଣୁ ଭାରିଆଣ୍ଟକୁ ନେଇ ନାମକରଣ କରିଛି । ଭାରତରେ ଦେଖା ଦେଇଥିବା କରୋନାର ପ୍ରକାର- ବି.1.617.2 ହୋଇଥିବାବେଳେ ବର୍ତ୍ତମାନ ଏହାର ନାମ ‘ଡେଲଟା’ ରଖାଯାଇଛି । ଏହା ପୂର୍ବରୁ ୟୁକେ ଦେଖା ଦେଇଥିବା କରୋନା ଷ୍ଟ୍ରେନର ନାଁ ଆଲ୍ଫା ରଖାଯାଇଛି । ତେବେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ବିଟା ଓ ବ୍ରାଜିଲ ଷ୍ଟ୍ରେନର ନାଁ ଗାମା ରଖାଯାଇଛି । ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଆଂଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
କୁହାଯାଉଛି ଗ୍ରୀକ ଶବ୍ଦରୁ ଏହିସବୁ ନାମକୁ ଅଣାଯାଇଛି । ପ୍ରାୟ ୨୪ଟି ଅକ୍ଷରକୁ ନେଇ ଆଲ୍ଫାରୁ ଓ ମେଗା ଯାଏଁ ନାମକରଣ କରାଯାଇଛି । ଯେଉଁ ଦେଶରୁ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି, ସେହି ଦେଶ ସହିତ ନାମକରଣ କରିବା ପରେ ବିବାଦ ଦେଖାଯାଇଥିଲା । ତେଣୁ ବିବାଦକୁ ଦୂର କରିପାରିବା ପାଇଁ ଏହି ସବୁ ନାମକରଣ କରିଛି ହୁ । ଏହି ଗ୍ରୀକ୍ ଆଲଫାବେଟ୍ କୁ ନେଇ ଏହି ନାମକରଣ କରିଛି ହୁ ।