ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବେ ବିବାଦ ଘେରରେ ଫସିଛନ୍ତି । କୋହଲି ନିକଟରେ ନିଜର ଡାଏଟ୍ ବିଷୟରେ ସୂଚନା ଦେଇଥିଲେ । ସେଥିରେ ସେ କହିଥିଲେ ଯେ, ତାଙ୍କ ଡାଏଟରେ ଅଣ୍ଡା ମଧ୍ୟ ସାମିଲ ରହିଛି । ଯାହାକୁ ନେଇ ଟ୍ୱିଟରରେ ୟୁଜର୍ସଙ୍କ ନିଶାନାକୁ ଆସିଥିଲେ ବିରାଟ କୋହଲି । ତେବେ ଏହାକୁ ନେଇ ଲୋକମାନେ ବେଶ୍ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଲୋକମାନେ କୋହଲିଙ୍କୁ ଅଣ୍ଡା ଖାଉଥିବା ଶାକାହାରୀ ବୋଲି ମତ ଦେଇଥିଲେ । ଯାହାକୁ ନେଇ ଆଜି ମୁହଁ ଖୋଲିଛନ୍ତି କୋହଲି । ସେ ଏନେଇ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ମୁଁ କେବେ ଶାକାହାରୀ ବୋଲି ଦାବି କରିନି । ସବୁବେଳେ ଶାକାହାରୀ ହେବାକୁ କହିଛି । ଦୀର୍ଘ ନିଃଶ୍ୱାସ ନିଅନ୍ତୁ ଓ ପନିପରିବା ଖାଆନ୍ତୁ ( ଯଦି ଆପଣ ଚାହାଁନ୍ତି ତ ) । ତେବେ ଏହାକୁ ନେଇ ମଧ୍ୟ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି ।
I never claimed to be vegan. Always maintained I’m vegetarian. Take a deep breath and eat your Veggies (if you want 😉)💪😂✌️
— Virat Kohli (@imVkohli) June 1, 2021
Egg eating vegan Kohli 🤪 pic.twitter.com/OVEQyU7ieL
— Aryan (@aryansrivastav_) May 29, 2021
ସୂଚନାଯୋଗ୍ୟ, 2019 ରେ କୋହଲି ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଶାକାହାରୀ ଅଟନ୍ତି । ଓ ତାଙ୍କ ଶରୀର ଉପରେ ଶାକାହାରୀ ଖାଦ୍ୟର ପ୍ରଭାବ ବିଷୟରେ ମଧ୍ୟ ସେ କହିଥିଲେ ।