ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଏଥି ସହିତ ପୂର୍ବ ପରୀକ୍ଷାର ମାର୍କକୁ ନେଇ ବୋର୍ଡ ପରୀକ୍ଷା ପାଇଁ ମୂଲ୍ୟାଙ୍କନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏନେଇ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଟ୍ୱିଟ୍ ରେ ଲେଖିଛନ୍ତି, ‘ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ରହିଛନ୍ତି । ଟିକା ନ ଦିଆଯିବା ଯାଏ ପରୀକ୍ଷା ନ କରିବାକୁ ଅଭିଭାବକମାନେ ଚାହୁଁଛନ୍ତି । ସେଥିପାଇଁ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବା ପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି । ଏଥି ସହିତ ପୂର୍ବ ପରୀକ୍ଷାର ମାର୍କକୁ ନେଇ ବୋର୍ଡ ପରୀକ୍ଷା ପାଇଁ ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦେଉଛି ।’
ତେବେ ସରକାରୀ ସୁତ୍ର ଅନୁଯାୟୀ, ଆଜି ସନ୍ଧ୍ୟା ସମୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ସମ୍ୱନ୍ଧରେ ନିଷ୍ପତି ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକ ଡକାଇଛନ୍ତି । ଏହି ବୈଠକରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ।