ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଏମସି ପକ୍ଷରୁ ବିମାନ ବନ୍ଦରରେ କୋଭିଡ୍ କଟକଣାକୁ କଡାକଡି କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଉଥିବା ଯାତ୍ରୀ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ବିମାନ ବନ୍ଦରରେ ଅବତରଣ କରିବାର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର କିମ୍ବା ଆଣ୍ଟିଜେନ ନେଗେଟିଭ ରିପୋର୍ଟ ଯାତ୍ରୀ ଦେଖାଇବେ । କୋଭିଡ ଟେଷ୍ଟିଂ ରିପୋର୍ଟ ନ ଥିଲେ ୨ ଡୋଜ ଟିକା ନେଇଥିବା ସାର୍ଟିଫିକେଟ ଦେଖାଇବେ ।
ଯେଉଁମାନଙ୍କ ପାଖରେ ରିପୋର୍ଟ କିମ୍ବା ସାର୍ଟିଫିକେଟ ନ ଥିବ ସେମାନେ ବିମାନ ବନ୍ଦରରେ ଆଣ୍ଟିଜେନ ଟେଷ୍ଟ କରାଯିବ । ଯାହାର ପଜିଟିଭ ବାହାରିବ ସେମାନଙ୍କୁ କୋଭିଡ କେୟାର ସେଣ୍ଟର କିମ୍ବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଏହା କଡାକଡି ଲାଗୁ କରାଯିବା ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।