ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ଅସୁସ୍ଥ । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏନେଇ ଏମ୍ସର ସରକାରୀ ସୁତ୍ରରୁ ସୂଚନା ଦିଆଯାଇଛି । ତେବେ ସେ ପୂର୍ବରୁ କରୋନାରେ ଆକ୍ରାନ୍ତ ଥିବା ବେଳେ ସେ ସୁସ୍ଥ ଥିଲେ । ମାତ୍ର ଆଜି ତାଙ୍କୁ ଅସୁସ୍ଥତା ଅନୁଭବ ହେବାରୁ ସେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଯୋଗ୍ୟ, 23 ମେ ରେ ଅନୁଷ୍ଠିତ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିମାନଙ୍କ ସହ ସିବିଏସସି ଦ୍ୱାଦଶ ବୋର୍ଡ ପରୀକ୍ଷା ସମ୍ୱନ୍ଧରେ ଚର୍ଚ୍ଚା ହୋଇଥିଲା । ସେହି ଆଲୋଚନାକୁ ବାହାରିଥିବା ଫଳାଫଳ ସମ୍ୱନ୍ଧରେ ଆଜି ସକାଳ 11 ସମୟରେ ସିବିଏସସି ଦ୍ୱାଦଶ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥାନ୍ତେ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ । କିନ୍ତୁ ଶିକ୍ଷାମନ୍ତ୍ରୀଙ୍କ ଅସୁସ୍ଥତା କାରଣରୁ ଏହା ସମ୍ଭବ ହୋଇନପାରେ ।