ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚଳିତ ବର୍ଷର CBSE ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତି ଗ୍ରହଣ କରିଛନ୍ତି । ତେବେ ସନ୍ଧ୍ୟା ସମୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ସମ୍ୱନ୍ଧରେ ନିଷ୍ପତି ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକ ଡକାଇଥିଲେ । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର୍, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କଲା ପରେ ପରୀକ୍ଷା ବାତିଲ କରିବାକୁ ନିଷ୍ପତି ନେଇଥିଲେ ପ୍ରଧାନମନ୍ତ୍ରୀ ।
ତେବେ ଏହା ପୂର୍ବରୁ ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ । ଏଥି ସହିତ ପୂର୍ବ ପରୀକ୍ଷାର ମାର୍କକୁ ନେଇ ବୋର୍ଡ ପରୀକ୍ଷା ପାଇଁ ମୂଲ୍ୟାଙ୍କନ କରିବାକୁ ସେ ପରାମର୍ଶ ଦେଇଥିଲେ ।
Government of India has decided to cancel the Class XII CBSE Board Exams. After extensive consultations, we have taken a decision that is student-friendly, one that safeguards the health as well as future of our youth. https://t.co/vzl6ahY1O2
— Narendra Modi (@narendramodi) June 1, 2021