ସନଷ୍ଟାର ଟିିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ଗଞ୍ଜାମ ଅଂଚଳର ୪୪ ବର୍ଷୀୟ ବ୍ୟକ୍ତି ବ୍ଲାକ୍ ଫଙ୍ଗସ୍ ରୋଗରେ ପୀଡିତ ହେବା ପରେ ସମ ଆଲଟିମେଟ ମେଡିକେୟାରରେ ଭର୍ତ୍ତି ହୋଇଥିଲେ । ତେବେ ସମ ଆଲଟିମେଟ ମେଡିକେୟାରରେ ସଫଳ ଚିକିତ୍ସା ପାଇବା ଯୋଗୁଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ତେବେ ଏହାପୂର୍ବରୁ ସେ କୋଭିଜ୍ ସଂକ୍ରମିତ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ଦଶ ଦିନ ଚିକିତ୍ସା ପାଇବା ପରେ ସେ ଡିସ୍ଚାର୍ଜ ହୋଇଥିଲେ ।
ତେବେ କୋଭିଡ ହସ୍ପିଟାଲରୁ ଡିସଚାର୍ଜ ହେବାର ୫ ଦିନ ପରେ ତାଙ୍କ ବାମ ପାର୍ଶ୍ୱ ମୁହଁ ଫୁଲିଯିବା ସହ ଆଖିରେ ପାଣି ଜମି ଫୁଲିଯାଇଥିଲା । ସମ୍ପୃକ୍ତ ରୋଗୀଙ୍କୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତୁରନ୍ତ ସମ ଆଲଟିମେଟ ରେ ଭର୍ତି କରାଯାଇଥିଲା । ତାଙ୍କର ନ।ସାଲ ଏନ୍ଡୋସ୍କୋପି କରିବା ସହ ଏହାର ସାମ୍ପଲକୁ ଫଙ୍ଗଲ ଷ୍ଟ୍ରେନ ଓ କଲଚର ଲାଗି ପଠାଯାଇଥିଲା । ପରୀକ୍ଷାରୁ ସେ ମୁକୋରମାଇକୋସୀସ ଅର୍ଥାତ ବ୍ଲାକ ଫଙ୍ଗସରେ ପୀଡିତ ଥିବା ଜଣାପଡିବା ପରେ ହସ୍ପିଟାଲରେ ଆଡ଼ମିସନ କରାଯାଇଥିଲା ।
ଏହି ରୋଗର ଚିକିତ୍ସା ନିମନ୍ତେ ଲାଇପୋଜୋମାଲ ଅମ୍ଫୋଟେରିସିନ ଔଷଧ ମାର୍କେଟରେ ଉପଲବ୍ଧ ନ ଥିବାରୁ ରୋଗୀ ଜଣଙ୍କୁ କନଭେନସନାଲ ଅମ୍ଫୋଟେରିସିନ ଵି ଦିଆଯାଇ ଅପେରସନ ର ଯୋଜନା କରାଯାଇଥିଲା ବୋଲି ଡ଼ା ସାହୁ କହିଛନ୍ତି ।ଏହି ରୋଗ ସମ୍ପୃକ୍ତ ରୋଗୀର ନାସାର ରନ୍ଧ୍ର, ପାଟିର ହାଡ ଏବଂ ଇନ୍ଫ୍ରାଟେମ୍ପରାଲ ଫୋସା ଏବଂ ଆର୍ବିଟ ରେ ଦେଖା ଦେବା ଯୋଗୁଁ ଆରବୀଟାଲ ଡ଼ିକମ୍ପ୍ରେସନ ସହିତ ଏଣ୍ଡୋସ୍କୋପିକ ଡେବ୍ରିମେଣ୍ଟ କରାଯାଇ ବ୍ଲାକ ଫଙ୍ଗସ ବ୍ୟାପିଥିବା ସ୍ଥାନ କୁ ଅସ୍ତ୍ରୋପଚାର ଦ୍ଵାରା କଢ଼ା ଯାଇଥିଲା। ଏଥି ନିମନ୍ତେ ମୁହଁରେ କୌଣସି ଦାଗ ରହି ନଥିଲା ବୋଲି ଡ଼ଃ ସାହୁ କହିଛନ୍ତି ।
ଏହାଦ୍ୱାରା ରୋଗୀ ଜଣକ ଠିକ ଭାବେ ଦେଖିବାରେ ସକ୍ଷମ ହୋଇଥିଲା ଏବଂ ନିୟମିତ ଆଣ୍ଟି ଫଙ୍ଗଲ ଥେରାପି ଓ ଏନ୍ଡୋସ୍କୋପିକ ପରୀକ୍ଷା ଦ୍ୱାରା ସେ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା ।