ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ କରୋନା ସଂକ୍ରମଣରେ ରୋକିବା ପାଇଁ ଟିକାକରଣ ପ୍ରକ୍ରୀୟା ଜାରି ରହିଛି । ତେବେ 45 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଟୀକାକରଣ ଲାଗି ଆଜି ଓଡିଶାକୁ ଆସିବ 50 ହଜାର କୋଭିସିଲ୍ଡ ସହ 50 ହଜାର କୋଭାକ୍ସିନ ଟିକା । ଏ ସମସ୍ତ ଟିକା କେନ୍ଦ୍ର ସରକାର ରାଜ୍ୟକୁ ଯୋଗାଇ ଦେବେ ।
ତେବେ ଟିକାର ଅଭାବ ପାଇଁ ଜୁନ୍ 2ରୁ 18ରୁ 44 ବୟସ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ । ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 18 ବର୍ଷ ରୁ 44 ବର୍ଷ ବର୍ଗଙ୍କ ଟୀକାକରଣ ପାଇଁ ଆସନ୍ତା ଜୁନ 7 ତାରିଖରେ 26 ହଜାର ଡୋଜ କୋଭାକ୍ସିନ ଟିକା ଓଡିଶାକୁ ଆସିବ ଓ ଜୁନ 9 ତାରିଖରେ 2 ଲକ୍ଷ 27 ହଜାର 750 ଡୋଜ କୋଭିସିଲ୍ଡ ଟିକା ଆସିବ ବୋଲି ସୂଚନା ମିଳିଛି । ଏ ସମସ୍ତ ଟିକା ରାଜ୍ୟ ସରକାର କମ୍ପାନୀ ମାନଙ୍କଠାରୁ କିଣିବେ ।