ସନଷ୍ଟାର ଟିଭି ବ୍ୟୁରୋ
ସମ୍ୱଲପୁର: କରୋନା ସହିତ ବ୍ଲାକ୍ ଫଙ୍ଗସ୍ ଏବେ ବିପଦଜନକ ସାଜିଛି । ରାଜ୍ୟରେ ଗତକାଲି ରାତିରେ ଜଣେ ବ୍ଲାକ୍ ଫଙ୍ଗସ୍ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେ ଭିମସାରରେ ଚିକିତ୍ସିତ ହେଉଥିଲେ । ତେବେ ଏନେଇ ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ ସୂଚନା ଦେଇଛନ୍ତି । ମୃତ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ରୋଗର ଲକ୍ଷଣ ଥିବା ସେ କହିଛନ୍ତି । ୫ରୁ ୬ ଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଥିବାରୁ ତାଙ୍କର ବ୍ଲାକ୍ ଫଙ୍ଗସ ହୋଇଛି କି ନାହିଁ କ୍ଲିନିକାଲ ଟେଷ୍ଟ କରାଯାଇ ପାରିନାହିଁ । ତେଣୁ ତାଙ୍କର ମୃତ୍ୟୁ ବ୍ଲାକ ଫଙ୍ଗସରେ ହୋଇଥିବା ଯଦିଓ କୁହାଯାଇପାରିବ ନାହିଁ ହେଲେ ସନ୍ଦିଗ୍ଧ କୁହାଯାଇପାରିବ ବୋଲି ସ୍ପଷ୍ଟ କରିଛନ୍ତି ଅଧୀକ୍ଷକ ।