ସନଷ୍ଟାର ଟିଭି ବ୍ୟୁରୋ
ନବରଙ୍ଗପୁର: କୋଭିଡ ସ୍ଥିତିର ସମୀକ୍ଷା କରିବା ପାଇଁ ନବରଙ୍ଗପୁର ଜିଲାରେ ପହଞ୍ଚିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସେଠାରେ ପହଞ୍ଚି କୋଭିଡ୍ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ଏହାପରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ନବରଙ୍ଗପୁର ଏସପି ପ୍ରହ୍ଲାଦ ସାହାଇ ମୀନା, ନବରଙ୍ଗପୁର ସିଡିଏମଓ ଶୋଭାରାଣୀ ମିଶ୍ର ସହ ମିଶି ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଥିଲେ । ଖୁବ ଶୀଘ୍ର ନବରଙ୍ଗପୁରରେ ଅକ୍ସିଜେନ ପ୍ଲାଣ୍ଟ ହେବାକୁ ଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଯାହା ଗୋଟିଏ ଦିନରେ 500 ଟେଷ୍ଟ କରିପାରିବ ବୋଲି ସେ କହିଛନ୍ତି ।