ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମଣ ଅଧିକ ରହିଥିବାରୁ ଏଠାରେ ଟିକାକଣ ପ୍ରକ୍ରୀୟାକୁ ଜୋରଦାର କରାଯାଇଛି ।ଏଠାରେ ଘର ଘର ବୁଲି ଟିକା ଦେବା ଅଭିଯାନକୁ ଆରମ୍ଭ କରାଯାଇଛି । ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି । ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ । ବାଲାଜି ଆପାର୍ଟମେଣ୍ଟ, ଝାରପଡା, ବିଏମସି ଭବାନୀ ଏନକ୍ଲେଭ୍, ସହୀଦ ନଗର ଏବଂ କୋସ୍ମୋପଲିସ୍, ଡୁମଡୁମା ଅଞ୍ଚଳରେ ଭ୍ୟାକସିନ ଦିଆଯାଉଛି ।
ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଏଭଳି ଅଭିଯାନ ନେଇ ବିଏମସି ଜେଡିସି ଅଶୁଂମାନ ରଥ ସୂଚନା ଦେଇଛନ୍ତି । ବିଏମସିରେ କୋଭାକ୍ସିନ୍ ଟିକାର ଅଭାବ ରହିଛି । ଏଥିପାଇଁ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ କ୍ଷେତ୍ରରେ ସାମୟିକ ଭାବେ ସ୍ଲଟ୍ ବୁକିଂ ସ୍ଥଗିତ ରଖିଛି ।