ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତଳ ମୁହାଁ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୩୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଚରରେ ୪୬୫୫ ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ୩୬୫୮ ରହିଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଅନୁଗୁଳରୁ ୫୦୫ଜଣ, ବାଲେଶ୍ୱରରୁ ୪୫୨ ଜଣ, ବରଗଡ଼ରୁ ୨୭୯ ଜଣ, ଭଦ୍ରକରୁ ୧୧୭ଜଣ, ବଲାଙ୍ଗୀରରୁ ୧୧୯ ଜଣ, ବୌଦ୍ଧରୁ ୨୦୯ଜଣ, କଟକରୁ ୫୯୩ଜଣ, ଦେବଗଡରୁ ୫୫ ଜଣ, ଢେଙ୍କାନାଳରୁ ୪୦୭ଜଣ, ଗଜପତିରୁ ୮୫ ଜଣ, ଗଞ୍ଜାମରୁ ୧୨୯ ଜଣ, ଜଗତସିଂହପୁରରୁ ୨୮୦ ଜଣ, ଯାଜପୁରରୁ ୨୫୪ ଜଣ, ଝାରସୁଗୁଡାରୁ ୧୧୧ ଜଣ, କଳାହାଣ୍ଡିରୁ ୧୬୨ ଜଣ, କନ୍ଧମାଳରୁ ୯୦ ଜଣ, କେନ୍ଦ୍ରାପଡ଼ାରୁ ୩୩୧ଜଣ, କେଉଁଝରରୁ ୧୮୦ଜଣ, ଖୋର୍ଦ୍ଧାରୁ ୯୭୪ ଜଣ, କୋରାପୁଟରୁ ୧୯୮ ଜଣ, ମାଲକାନଗିରିରୁ ୧୦୩ଜଣ, ମୟୁରଭଞ୍ଜରୁ ୫୩୨ ଜଣ, ନବରଙ୍ଗପୁରରୁ ୨୦୫ ଜଣ, ନୟାଗଡ଼ରୁ ୨୮୩ଜଣ, ନୂଆପଡ଼ାରୁ ୫୩ ଜଣ, ପୁରୀରୁ ୪୦୫ ଜଣ, ରାୟଗଡ଼ାରୁ ୧୪୮ ଜଣ, ସମ୍ୱଲପୁରରୁ ୨୦୪ଜଣ, ସୋନପୁରରୁ ୧୨୩, ସୁନ୍ଦରଗଡ଼ରୁ ୪୬୫ ଓ ଷ୍ଟେଟ ପୁଲରୁ ୧୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏଥିସହିତ ରାଜ୍ୟରେ ୧୧୮୮୧ ଜଣ ସୁସ୍ଥ ହୋଇଥିବା ବେଳେ, ରାଜ୍ୟରେ ଆକ୍ଟିଭ୍ କେସ୍ ୯୧୬୬୩ ରହିଛି ।