ସନଷ୍ଟାର ଟିଭି ବ୍ୟୁରୋ
ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ପରିବାର ନିୟୋଜନ ନିୟମରେ ଚୀନ ସରକାର ଏକ ବଡ ପରିବର୍ତ୍ତନ ଆଣିଛନ୍ତି । ଏଣିକି ଚୀନରେ ତିନୋଟି ଶିଶୁ ଜନ୍ମ ଦେଇପାରିବେ ପିତାମାତା । ପୂର୍ବରୁ ଏହି ସଂଖ୍ୟାରେ ଦୁଇରେ ସୀମିତ ଥିଲା । ସୂଚନା ଅନୁଯାୟୀ ନିକଟରେ ଚୀନର ଜନସଂଖ୍ୟା ସମ୍ବନ୍ଧୀୟ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅଧିକାଂଶ ଲୋକ ବୃଦ୍ଧାବସ୍ଥାରେ ଥିବା ନଜର ଆସିଥିଲା ବେଳେ ଶିଶୁ ଜନ୍ମ ସଂଖ୍ୟା ହ୍ରାସ ପାଇଛି। ଯାହା ଫଳରେ ଆଗାମୀ ଭବିଷ୍ୟତକୁ ଦେଖି ଚୀନ ସରକାର ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଚୀନର ଗଣମାଧ୍ୟମ ଅନୁଯାୟୀ, ଏହି ନୂଆ ପଲିସିକୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଞ୍ଜୁରୀ ମିଳିଛି । ଫଳରେ ବହୁ ବର୍ଷରୁ ପ୍ରଚଳିତ ହୋଇ ଆସୁଥିବା ଟୁ-ଚାଇଲ୍ଡ ପଲିସି ଏବେ ଶେଷ ହୋଇଛି ।