ସନଷ୍ଟାର ଟିଭି ବ୍ୟୁରୋ
ଗୁଗୁଲ୍ ଫୋଟୋଜ୍ କୁ ନେଇ କିଛି ଦିନ ହେବ ଅନେକ ଖବର ସାମ୍ନାକୁ ଆସିଛି । ଜୁନ 1 ଅର୍ଥାତ୍ ଆସନ୍ତା କାଲିଠୁ ଗୁଗୁଲ୍ ଫୋଟୋଜର ମାଗଣା ସେବାରେ ପରିବର୍ତ୍ତନ ହେବାକୁ ଆସିଛି । ଏଣିକି ଗୁଗୁଲ୍ ଫୋଟୋଜ୍ ରେ ଫଟୋ ରଖିବା ପାଇଁ ହେଲେ ପଇସା ଗଣିବାକୁ ପଡିବ । ତେବେ ଏଥି ସହିତ ଜିମେଲରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।
ଫୋଟୋ ବ୍ୟାକଅପ ପାଇଁ ଆପଣ ବ୍ୟବହାର କରୁଥିବା ଗୁଗୁଲ ଫୋଟୋଜ୍ ରେ ଏବେ ଫୋଟ ସେଭ୍ କରିବା ପାଇଁ ଦେବାକୁ ପଡିବ ଟଙ୍କା । ଗୁଗୁଲ୍ ଫୋଟୋଜ୍ ରେ ଆପଣଙ୍କ ଫୋଟ ସେଭ୍ ରଖିବା ପାଇଁ ୩ପ୍ରକାରର ଅପଲୋଡ୍ ର ବ୍ୟବସ୍ଥା ରହିଛି । ହାଇକ୍ୱାଲିଟି,ଏକ୍ସପ୍ରେସ କ୍ୱାଲିଟି ଓ ଅରିଜିନାଲ୍ କ୍ୱାଲିଟି । ହାଇ କ୍ୱାଲିଟି ଓ ଏକ୍ସପ୍ରେସ କ୍ୱାଲିଟିରେ ଆଜି ଯାଏଁ ୟୁଜରର୍ସ ମାଗଣାରେ ଫୋଟୋ ଅପଲୋଡ୍ କରି ବ୍ୟାକଅପ ପାଇଁ ରଖିପାରୁଥିଲେ ଓ କେବଳ ଅରିଜିନାଲ କ୍ୱାଲିଟି ପାଇଁ ପଇସା ଦେବାକୁ ପଡୁଥିଲା ।
ଆସନ୍ତାକାଲିଠାରୁ ଏହି ୩ଟି କ୍ୱାଲିଟିରେ ଫୋଟ କିମ୍ବା ଭିଡିଓ ଅପଲୋଡ କଲେ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । ଯଦି ଆପଣଙ୍କର ଜିମେଲ ଆକାଉଣ୍ଟ ଅଛି ତାହାଲେ ଆପଣଙ୍କୁ ପନ୍ଦର ଜିବିର ସ୍ପେସ୍ ମିଳିବ । ଆଉ ଏତିକି ସ୍ପେସ୍ ରେ ଆପଣ ଫୋଟୋ,ଭିଡିଓ ଏବଂ ନିଜର ଡକ୍ୟୁମେଣ୍ଟ ସବୁକିଛି ସେଭ୍ କରି ରଖିପାରିବେ । ଏହି ୧୫ ଜିବି ସ୍ପେସରେ ଆପଣଙ୍କୁ ସବୁ ରଖିବାକୁ ପଡିବ । ଅର୍ଥାତ୍ ଏଥିରେ ରହିବ ଆପଣଙ୍କ ଫଟୋ ସହିତ ମେଲ୍ । ଅର୍ଥାତ ଯଦି ଆପଣଙ୍କ ୧୫ ଜିବି ସ୍ପେସ୍ ପୁରା ହୋଇ ଯାଉଛି ତେବେ ଆପଣଙ୍କୁ ଅଧିକ ଜିବି ପାଇଁ ଟଙ୍କା ଦେବାକୁ ପଡିବ । ଯଦି ଆପଣ ସ୍ପେସ୍ ଖାଲି କରିବେ ନାହିଁ କି ଟଙ୍କା ଦେଇ ଅଧିକ ସ୍ପେସ୍ କିଣିବେ ନାହିଁ ତେବେ ଆପଣ ମେଲ୍ ପଠାଇ ପାରିବେ ନାହିଁ କିମ୍ୱା ମେଲ୍ ରିସିଭ୍ ମଧ୍ୟ କରିପାରିବେ ନାହିଁ । ତେଣୁ ଆପଣ ଯଦି ପଇସା ଖର୍ଚ୍ଚ କରିବା ପାଇଁ ଚାହୁଁ ନାହାନ୍ତି ତେବେ ଗୁଗୁଲ୍ ଫୋଟୋଜରେ ଥିବା ଅଦରକାରୀ ଫୋଟୋ ଗୁଡିକୁ ତୁରନ୍ତ ଡିଲେଟ୍ କରି ଦିଅନ୍ତୁ ।