ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜୁନ୍ ମାସରେ ଦେଶରେ ଉପଲବ୍ଧ ହେବାକୁ ଯାଉଛି ୧୨ କୋଟି କୋଭିଡ୍ ଟିକାର ଡୋଜ୍ ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଦନ ସୂଚନା ଦେଇଛନ୍ତି । ଏହି ଟିକା ଉପଲବ୍ଧ ହେଲେ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ ଓ ବ୍ୟାପକ କରିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଜନସଂଖ୍ୟା, ଟିକା ଅପଚୟ ଓ ଆବଶ୍ୟକତାକୁ ଆଧାର କରି ଏହି ଟିକା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
ଜୁନ୍ ମାସ ପାଇଁ ୬୦୯ କୋଟି କୋଭିଡ ଟିକାର ଡୋଜ୍ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଉଥିବା ଲୋକମାନଙ୍କ ପାଇଁ ପଠାଯିବ । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକେ ରହିବେ । ଏଥିସହିତ ୫୮୬ କୋଟି ଡୋଜ୍ ଖୋଲା ବଜାରରେ ଉପଲବ୍ଧ ହେବ । ଯାହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କିଣିପାରିବେ । ତେବେ ମନ୍ତ୍ରାଳୟ ପକ୍ଷରୁ ଟିକାପ୍ରଦାନ ସମ୍ପର୍କିତ ସୂଚନା ଆଗୁଆ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ସୂଚିତ କରାଯିବ ବୋଲି ସୂଚନା ଦିଆଯାଇଛି ।