ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ଲକଡାଉନ । ଜୁନ୍ 17 ସକାଳ 5ଟା ଯାଏ ବଢିଲା ଲକଡାଉନ୍ । ତେବେ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଜୁନ୍ 1 ଯାଏ ଲକଡାଉନ ଘୋଷଣା କରାଯାଇଥିଲା ।ଯେହେତୁ ସାରା ରାଜ୍ୟରେ କୋଭିଡ୍ ସଂକ୍ରମଣ 10 ପ୍ରତିଶତ ତଳକୁ ଆସିନାହିଁ ସେଥିପାଇଁ ଲକଡାଉନ ଅବଧିକୁ ବଢାଯାଇଛି ବୋଲି ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।
ତେବେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ । ଓ ପୂର୍ବର କଟକଣା ଯେପରିକି ବିବାହ ବା ଅନ୍ୟାନ୍ୟ ଉତ୍ସବରେ ଭୋଜି ପ୍ରତି ଥିବା କଟକଣାକୁ ପୂର୍ବଭଳି ପାଳନ କରାଯିବ । ଓ କୃଷି, ବ୍ୟାଙ୍କ, ଟେଲିକମ୍ ଆଦି ପୂର୍ବଭଳି ଖୋଲା ରହିବ ।
3 ଜିଲ୍ଲା ନୂଆପଡା, ଗଜପତି, ସୁନ୍ଦରଗଡରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବାରୁ କୋଭିଡ୍ କଟକଣାକୁ ହ୍ରାସ କରାଯାଇଛି । ସକାଳ 7 ଟାରୁ ଦିନ 1 ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।ତେବେ ଏଠାରେ ମଧ୍ୟ ସେଲୁନ୍, ପାର୍ଲର ବନ୍ଦ ରହିବ । ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର କୋଭିଡ୍ ପରିସ୍ଥିତିକୁ ଦେଖି କଟକଣା ପ୍ରତ୍ୟାହାର କରାଯିବ ।