ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଋଷୀୟ ନିର୍ମିତ ଟିକା ସ୍ପୁଟନିକ୍ ଭି । ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହି ଟିକା ଭାରତରେ ଉପଲବ୍ଧ ହେବ । ଦେଶରେ ପ୍ରାୟ ୮୦ଟି ସ୍ଥାନରେ ସମ୍ମୁଖ କରୋନା ଯୋଦ୍ଧା ବାଣିଜ୍ୟିକ ସଂସ୍ଥାର କର୍ମଚାରୀ ମାନଙ୍କୁ ଏହି ଟିକା ଦିଆଯିବ । ତେବେ ଗୋଟିଏ ଡ଼ୋଜ ଟିକାର ଦାମ୍ ୧୧୯୫ ଟଙ୍କା ସ୍ଥିର କରାଯାଇଛି । ଏଥିରେ ଟିକାର ଦାମ୍ ୯୯୫ଟଙ୍କା ଓ ୨ଶହ ଟଙ୍କା ଟିକାକରଣ ଖର୍ଚ୍ଚ ରହିଛି । ତେବେ ଏନେଇ ଆପୋଲ ହସ୍ପିଟାଲ ଗ୍ରୁପର ଉପାଧ୍ୟକ୍ଷ ସୋଭନା କାମିନେନି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ମେ’ ୨୪ ତାରିଖରେ ପ୍ରଥମ ଥର ପାଇଁ ଋଷୀୟା ନିର୍ମିତ କରୋନା ଟିକା ସ୍ପୁଟନିକ୍- ଭି ଭାରତକୁ ଆସିଥିଲା ।