ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଦାଉ ସାଜିବାରେ ଲାଗିଛି । ଦିନକୁ ହଜାର ହଜାର ଲୋକ କରୋନାରେ ନିଜର ପ୍ରାଣ ହରାଉଛନ୍ତି । ଅନେକ ପରିବାର ଉଜୁଡି ଯାଉଛି ଓ ଅନେକ ଶିଶୁ ବାପାମା ଛେଉଣ୍ଡ ହୋଇଯାଉଛନ୍ତି । ତେବେ ଏହି ସମୟରେ ସେମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁ ପିଲାମାନେ କରୋନାରେ ନିଜ ପିତାମାତା କିମ୍ବା ଅଭିଭାବକଙ୍କୁ ହରାଇଛନ୍ତି ସେମାନଙ୍କୁ ମିଳିବ 10 ଲକ୍ଷ ଟଙ୍କାର ସହାୟତା ରାଶି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।ସେ କହିଛନ୍ତି ଯେ, କରୋନାଭାଇରସ୍ କାରଣରୁ ଉଭୟ ପିତାମାତା କିମ୍ବା ଅଭିଭାବକ ହରାଇଥିବା ସମସ୍ତ ପିଲାଙ୍କୁ ପିଏମ୍ କେୟାର ଫର୍ ଚିଲଡ୍ରେନ (PM-CARES for Children) ଯୋଜନା ଅଧିନରେ ଏହି ସହାୟତା ରାଶି ପ୍ରଦାନ କରାଯିବ । 18 ବର୍ଷ ବୟସ ହେବା ଯାଏଁ ସେମାନେ ଷ୍ଟାଇପେଣ୍ଡ ପାଇବେ ଓ ଯେତେବେଳେ ସେମାନେ PM-CARES ରୁ 23 ବର୍ଷ କରିବେ ସେତେବେଳେ 10 ଲକ୍ଷ ଟଙ୍କା ପାଇବେ ।
Supporting our nation’s future!
Several children lost their parents due to COVID-19. The Government will care for these children, ensure a life of dignity & opportunity for them. PM-CARES for Children will ensure education & other assistance to children. https://t.co/V3LsG3wcus
— Narendra Modi (@narendramodi) May 29, 2021