ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ COVID-19 ଔଷଧ 2-ଡିଓକ୍ସି-ଡି-ଗ୍ଲୁକୋଜ୍ (2DG) ମେଡିସିନ ରାଜ୍ୟକୁ ମଗାଇଛନ୍ତି ଓଡିଶା ସରକାର । ଏହି ମେଡିସିନ ଆସନ୍ତା ଜୁନ୍ ୧୦ ପରେ ରାଜ୍ୟକୁ ମିଳିବାକୁ ଯାଉଛି ।ତେବେ ଏହାର ଦାମ ଲୋକଙ୍କ ପାଇଁ ୯୯୦ ଟଙ୍କା ରଖାଯାଇଛି ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୁ ରାଜ୍ୟସରକାର 5000 2 DG ଔଷଧ ଡି ରେଡ୍ଡି ଲାବୋରେଟୋରୀକୁ ଅର୍ଡର ଦେଇଛନ୍ତି ।
ସୂଚନାଯୋଗ୍ୟ, ଏହି ମେଡିସିନ ମେ 17 ରେ ଆରମ୍ଭ କରାଯାଇଥିଲା । ତେବେ କରୋନା ରୋଗୀଙ୍କ ଅମ୍ଲଜାନ ସ୍ତର ସଠୀକ ରଖିବାରେ ଏହା ସହାୟକ ହେବ ବୋଲି ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଥିଲା ।