ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡିଶାର ନବୀନ ସରକାରଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ପଞ୍ଚମ ଥର ପାଇଁ ଶପଥ ନେଇଥିଲେ । ତେବେ ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ । ବାତ୍ୟା, କୋଭିଡ୍ ମୁକାବିଲା ଓ ନିର୍ବାଚନ ସଂସୟରେ ପ୍ରକାଶ ପାଇଥିବା ଇସ୍ତାହାର କେତେ ପୂର୍ଣ୍ଣ ହୋଇଛି ସେ ନେଇ ଆଜି ଆଲୋଚନା ହୋଇପାରେ ।